ପ୍ରତିଷ୍ଠାତା ସଭାପତି
ସ୍ବର୍ଗତ ଡକ୍ଟର ପ୍ରଫୁଲ୍ଲ କୁମାର ପତି
(ପୂର୍ବତନ କୁଳପତି, ସମ୍ବଲପୁର ବିଶ୍ୱବିଦ୍ୟାଳୟ)
୧୯୮୪ ମସିହା ଜାନୁଆରୀ ୨ ତାରିଖ ଦିନ ନୃସିଂହ ଗୁରୁଙ୍କ ଦେହାବସାନ ପରେ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ବର୍ଗତ ପ୍ରଫେସର ପ୍ରଫୁଲ୍ଲ କୁମାର ପତିଙ୍କ ସଭାପତିତ୍ୱରେ 'ନୃସିଂହ ଗୁରୁ ସ୍ମୃତି ସମିତି' ଗଠନ ହୋଇଥିଲା I ୨୦୦୬ ମସିହା ଜାନୁଆରୀ ୨୧ ତାରିଖ ପ୍ରଫେସର ପତିଙ୍କ ଦେହାନ୍ତ ପର୍ଯ୍ୟନ୍ତ ସେ ସମିତିର ସଭାପତି ରହିଥିଲେ I ନୃସିଂହ ଗୁରୁଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଫେସର ପତି କରି ଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ I